ଏହି ପ୍ରକଳ୍ପଟି ବିଏସଏନଏଲ (ଭାରତ ସଞ୍ଚାର ନିଗମ ଲିମିଟେଡ) ଦ୍ବାରା ପ୍ରାୟୋଜିତ କୃଷିଭିତ୍ତିକ ମାର୍କେଟିଂ ଇନଫରମେସନ ସିଷ୍ଟମ୍ ନେଟଓ୍ବର୍କ ଉପରେ ଆଧାରିତ ଏବଂ ଆଇଆଇଟି କାନପୁର ଦ୍ବାରା କାର୍ଯ୍ୟକାରୀ କରାଯାଉଛି । ଏହି ପ୍ରକଳ୍ପର ଲକ୍ଷ୍ୟ, ସୂଚନାର ଉପଯୁକ୍ତ ପ୍ରସାରଣ ପାଇଁ ସମଗ୍ର ଦେଶରେ ଅବସ୍ଥିତ ମଣ୍ଡିଗୁଡିକ ମଧ୍ୟରେ ନେଟଓ୍ବାର୍କିଂ କରିବା । ଏହା େଓ୍ବବ ମାଧ୍ୟମରେ ସମଗ୍ର ଦେଶରେ ପହଞ୍ଚୁଥିବା ବିଭିନ୍ନ କୃଷିଜାତ ଦ୍ରବ୍ୟର ପରିମାଣ ଓ ମୂଲ୍ୟ ବିଷୟରେ ପ୍ରଭାବଶାଳୀ ସୂଚନା ପ୍ରସାରଣ ସୁବିଧା ପ୍ରଦାନ କରେ । ଆମର ଲକ୍ଷ୍ୟ ଚାଷୀମାନଙ୍କର ନିଷ୍ପତ୍ତି ନେବାର କ୍ଷମତାରେ ଉନ୍ନତି ଆଣିବା ଏବଂ ସେମାନଙ୍କର ମୂଲଚାଲ କରିବାର କ୍ଷମତାକୁ ଦୃଢ଼ କରିବା ।