ଡିଜିଟାଲ୍ ମଣ୍ଡି କଣ ?
ଏହି ପ୍ରକଳ୍ପ କୃଷି ବ୍ୟାପାର ସୂଚନା ପ୍ରଣାଳୀ ଉପରେ ଆଧାରିତ ଯାହାକି ବି.ଏସ.ଏନ.ଏଲ ଦ୍ୱାରା ପ୍ରାୟୋଜିତ ହୋଇଛି ଏବଂ କାନପୁର ଆଇଆଇଟି ଦ୍ୱାରା ତିଆରି କରାଯାଇଛି। ‘ଡିଜିଟାଲ୍ ମଣ୍ଡି’ର ଉଦ୍ଦେଶ୍ୟ ଦେଶର ବିଭିନ୍ନ କୃଷି ମଣ୍ଡି ଉପରେ ଉପାଦେୟ ସୂଚନାର ପ୍ରସାର ବୃଦ୍ଧି କରିବା ଏହା ୱେବ ମାଧ୍ୟମରେ ମଣ୍ଡିରେ ପ୍ରତିଦିନ ପହଞ୍ଚୁଥିବା ଶସ୍ୟର ପରିମାଣ ଏବଂ ମୂଲ୍ୟ ଉପଲବ୍ଧ କରାଇଥାଏ। ଆମର ଉଦ୍ଦେଶ୍ୟ ଦେଶର କୃଷକମାନଙ୍କର ଉଚିତ୍ ମୂଲ୍ୟ ନିର୍ଦ୍ଧାରଣ କରିବାର କ୍ଷମତା ବୃଦ୍ଧି କରିବା ଏବଂ ସେମାନଙ୍କର ମୂଲଚାଲ କରିବାର କ୍ଷମତାକୁ ମଜବୁତ୍ କରିବା।

ମୁଁ କିପରି ଡିଜିଟାଲ୍ ମଣ୍ଡି ବ୍ୟବହାର କରିପାରିବି ?
ବି.ଏସ.ଏନ.ଏଲ ଲାଇଭର ମୂଳ ପୃଷ୍ଠାକୁ ଯାଇ ଆପଣ ଡିଜିଟାଲ୍ ମଣ୍ଡି ବ୍ୟବହାର କରିପାରିବେ । ଏହି ପୃଷ୍ଠାରେ ସ୍କ୍ରଲ୍ କରି “କୃଷକଙ୍କ ପାଇଁ ଡିଜିଟାଲ୍ ମଣ୍ଡି” ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।

ଡିଜିଟାଲ୍ ମଣ୍ଡି ସେବା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ କି?
ସାମାନ୍ୟ “ଜି.ପି.ଆର.ଏସ ଡାଟା ” ଶୁଳ୍କ ଲାଗୁ ହେବ |

ଅତିଥି ଉପଯୋଗକର୍ତ୍ତା କହିଲେ କଣ ବୁଝାଏ
ଅତିଥି ଉପଯୋଗକର୍ତ୍ତା ଲୋକମାନଙ୍କୁ ପଞ୍ଜୀକରଣ ବ୍ୟତୀତ ଡିଜିଟାଲ୍ ମଣ୍ଡି ସାଇଟ୍ ବ୍ୟବହାର କରିବା ପାଇଁ ଅନୁମତି ଦେଇଥାଏ ।

ଡିଜିଟାଲ୍ ମଣ୍ଡିରେ କିପରି ପଞ୍ଜୀକରଣ କରିବେ
ଡିଜିଟାଲ୍ ମଣ୍ଡିର ମୂଳ ପୃଷ୍ଠାର ରେଜିଷ୍ଟର ଲିଙ୍କରେ କ୍ଲିକ୍ କରନ୍ତୁ ଏବଂ ନିର୍ଦ୍ଦେଶାବଳି ଅନୁସରଣ କରନ୍ତୁ । ଯଦି ରେଜିଷ୍ଟର ଲିଙ୍କ୍ ନାହିଁ, ତାହାର ଅର୍ଥ ଆପଣ ପୂର୍ବରୁ ପଞ୍ଜୀକୃତ ହୋଇସାରିଛନ୍ତି ।

ନିଜର ଖାତା କିପରି ଅପସାରଣ କରିବେ
ଆପଣ ଆପଣଙ୍କ ଖାତାକୁ ଅପସାରଣ କରିପାରିବେ ନାହିଁ, ଯଦି ଆପଣ ଆପଣଙ୍କ ନମ୍ବରରେ ସୂଚନା ପାଇବାର ବିକଳ୍ପ ବନ୍ଦ କରିବାକୁ ଚାହାଁନ୍ତି ତେବେ କେବଳ ଏହାକୁ ନିଷ୍କ୍ରିୟ କରନ୍ତୁ ।

ପ୍ରୋଫାଇଲ୍ କିପରି ସମ୍ପାଦନା କରିବେ
"ମୋ ପ୍ରୋଫାଇଲ" ଲିଙ୍କ ଉପରକୁ ଯାଆନ୍ତୁ ଏବଂ "ପ୍ରୋଫାଇଲ୍ ସମ୍ପାଦନ କରନ୍ତୁ" ଲିଙ୍କ ଉପରେ କ୍ଲିକ୍ କରନ୍ତୁ |

ମୋର ମଣ୍ଡିରେ କିପରି ଲଗ୍ ଇନ୍ କରିବେ
ଆପଣଙ୍କୁ ଲଗ୍ ଇନ୍ କରିବା ଆବଶ୍ୟକ ହେବ ନାହିଁ। ଆପଣଙ୍କୁ ସ୍ୱୟଂ ଲଗ୍ ଇନ୍ ମିଳିଯିବ ।

ମୋର ମଣ୍ଡି କଣ
"ମୋରମଣ୍ଡି " ଲିଙ୍କ ଆପଣଙ୍କ ଦ୍ୱାରା ବଛା ଯାଇଥିବା ଫସଲର ମୂଲ୍ୟ ଦର୍ଶାଇଥାଏ।

କୌଣସି ପ୍ରକାର ପଞ୍ଜୀକରଣ ଶୁଳ୍କ ଦେବାକୁ ପଡ଼େ କି?
ନା, ସାଧାରଣ, “ ଜି.ପି.ଆର.ଏସ୍ ଡାଟା” ଶୁଳ୍କ ଲାଗୁ ହୋଇଥାଏ।

ଆଲର୍ଟ ବିକଳ୍ପକୁ କିପରି ନିଷ୍କ୍ରିୟ କରିବେ
ପ୍ରୋଫାଇଲ୍ ଲିଙ୍କକୁ ଯାଆନ୍ତୁ -> ପ୍ରୋଫାଇଲ ସମ୍ପାଦିତ କରନ୍ତୁ ଏବଂ ଆଲର୍ଟ ବିକଳ୍ପର ଚୟନ ରଦ୍ଦ କରିଦିଅନ୍ତୁ |

ଡିଜିଟାଲ୍ ମଣ୍ଡି ମୋବାଇଲ୍ ଆପ୍ଲିକେସନ କଣ ?
ଡିଜିଟାଲ୍ ମଣ୍ଡି ମୋବାଇଲ୍ ଆପ୍ଲିକେସନ ଆପଣଙ୍କୁ ଗୋଟିଏ କ୍ଲିକ୍‌ରେ ଡିଜିଟାଲ୍ ମଣ୍ଡିର ସେବା ବ୍ୟବହାର କରିବା ପାଇଁ ଅନୁମତି ଦିଏ, ଡାଉନଲୋଡ୍ ଏବଂ ଆପ୍ଲିକେସନ ଇନଷ୍ଟଲ କରିବା ପାଇଁ “ଇନଷ୍ଟଲ ଡିଜିଟାଲ ମଣ୍ଡି ମୋବାଇଲ୍ ଆପ୍ଲିକେସନ” ଉପରେ କ୍ଲିକ୍ କରନ୍ତୁ, ଯାହାକି ଆପଣଙ୍କୁ ସିଧାସଳଖ ଭାବରେ ଡିଜିଟାଲ୍ ମଣ୍ଡିର ମୂଳ ପୃଷ୍ଠାକୁ ନେଇଯିବ ।

ମୋବାଇଲ୍ ଆପ୍ଲିକେସନ କିପରି ଡାଉନଲୋଡ୍ କରିବେ
ଡିଜିଟାଲ୍ ମଣ୍ଡିର ମୂଳ ପୃଷ୍ଠାର ନିମ୍ନ ଭାବରେ “ଡାଉନଲୋଡ୍ ମୋବାଇଲ୍ ଆପ୍ଲିକେସନ ଲିଙ୍କ୍ ଚୟନ କରନ୍ତୁ, ତାହା ପରେ “ଡାଉନଲୋଡ୍” ଲିଙ୍କ ଉପରେ କ୍ଲିକ୍ କରନ୍ତୁ ଏବଂ ଏସ.ଏମ.ଏସ ମାଧ୍ୟମରେ ମଧ୍ୟ ଆପଣଙ୍କୁ ଲିଙ୍କ୍ ମିଳିଯିବ ।

କଣ ସମସ୍ତ ହ୍ୟାଣ୍ଡସେଟ୍ ଡିଜିଟାଲ୍ ମଣ୍ଡି ମୋବାଇଲ୍ ଆପ୍ଲିକେସନ ବ୍ୟବହାର କରିପାରିବ ?
ସମସ୍ତ ଜାଭା ସପୋର୍ଟ ହ୍ୟାଣ୍ଡ୍ ସେଟ୍‍ରେ କରିପାରିବ, ଡାଉନଲୋଡ୍ ସେକସନରେ ବିସ୍ତୃତ ସୂଚନା ଦେଖନ୍ତୁ ।